ଆଶା ଦେବୀ
ରାଜ୍ୟ : ଉତ୍ତରାଖଣ୍ଡ
ଜିଲ୍ଲା : ଉତ୍ତରକାଶୀ
ବ୍ଲକ : ପୁରୋଲା
ଗ୍ରାମ : ଢାକରା
ସ୍ୱୟଂ ସହାୟକ ଗୋଷ୍ଠୀ : କେଦାର ସ୍ୱୟଂ ସହାୟକ ଗୋଷ୍ଠୀ
ଜୀବିକା କାର୍ଯ୍ୟକଳାପ : ହାତ ତିଆରି ପଶମ କାର୍ଡିଗାନ୍, ଜୁସ୍, ଜାମ୍ ଏବଂ ଆପଲ୍-ଟମାଟୋ ଚଟଣି ତିଆରି କରିବା
ଲକ୍ଷପତି ଦିଦି ଯାତ୍ରା
ଉତ୍ତରକାଶୀ ଜିଲ୍ଲାର ପୁରୋଲା ବ୍ଲକ ଅନ୍ତର୍ଗତ ଢାକରା ଗ୍ରାମର ବାସିନ୍ଦା ଶ୍ରୀମତୀ ଆଶା ଦେବୀ, ଦୃଢ଼ ସଂକଳ୍ପ ଏବଂ ସଫଳତାର ଏକ ଉଜ୍ଜ୍ୱଳ ଉଦାହରଣ ।
ଯେଉଁ ପରିବେଶରେ ମହିଳାମାନେ ପାରମ୍ପରିକ ଭାବେ ଘର ମଧ୍ୟରେ ସୀମିତ ରହୁଥିଲେ, ସେଠାରେ ସେ ଏକ ଗୋଷ୍ଠୀରେ ଯୋଗଦେବା ଏବଂ ହାତବୁଣା କାର୍ଡିଗାନ୍, ଜୁସ୍, ଜାମ୍ ଏବଂ ଚଟଣି ତିଆରି ଶିଖିବା ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା । ସେ ତାଲିମ ଗ୍ରହଣ କରି ଦେହରାଦୁନ୍ ଏବଂ ରୁଦ୍ରପୁରରେ ଅନୁଷ୍ଠିତ ‘ସରସ ମେଳା’ ପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ଯେଉଁଠାରେ ସେ ନିଜର ବିଭିନ୍ନ ଉତ୍ପାଦକୁ ଚମତ୍କାର ଭାବେ ବିକ୍ରି କଲେ । ଏହି ଆର୍ଥିକ ମାର୍ଗ ତାଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କଲା । ଦେହରାଦୁନ୍ ଏବଂ ରୁଦ୍ରପୁରରେ ସେ ସାରା ଦେଶରୁ ଆସିଥିବା ପ୍ରାୟ ୨୦୦ - ୨୫୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ସାମିଲ ହେଲେ, ଯେଉଁଠାରେ ସେମାନେ ନିଜର କଳାତ୍ମକ ଉତ୍ପାଦ ପ୍ରଦର୍ଶନ କଲେ ଏବଂ ସେମାନଙ୍କର ସଫଳତା, ସଶକ୍ତିକରଣ ତଥା ସମୃଦ୍ଧିର କାହାଣୀ ବର୍ଣ୍ଣନା କଲେ ।
ଏହି ଗର୍ବିତ ‘ଲକ୍ଷପତି ଦିଦି’ ମାସିକ ପ୍ରାୟ ୧୦,০০০ ରୁ ୧୨,୦୦୦ ଟଙ୍କା ଆୟ କରୁଛନ୍ତି ।
ତାଙ୍କର ବିଭିନ୍ନ କାର୍ଯ୍ୟକଳାପରୁ ମିଳୁଥିବା ଆୟ ତାଙ୍କ ପରିବାରର ଆର୍ଥିକ ଅବସ୍ଥାରେ ଯଥେଷ୍ଟ ସୁଧାର ଆଣିଛି । ଉତ୍ତରାଖଣ୍ଡ ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ସହାୟତାରେ ଗଢ଼ି ଉଠିଥିବା ତାଙ୍କର ଏହି କାହାଣୀ, ସାମୂହିକ ପ୍ରଚେଷ୍ଟା ଏବଂ ସ୍ୱାବଲମ୍ବନର ଶକ୍ତିର ଏକ ପ୍ରମାଣ ।