ଜେରିଲାଲରୁଆତ୍ କିମ୍
ରାଜ୍ୟ : ମିଜୋରାମ
ଜିଲ୍ଲା : ସେରଛିପ୍
ବ୍ଲକ୍ : ସେରଛିପ୍ ବ୍ଲକ୍
ଗ୍ରାମ : ଛିଙ୍ଗଛିପ୍ ଦକ୍ଷିଣ
ଜୀବିକା କାର୍ଯ୍ୟକଳାପ : ନିଜର ଏକ ରେଷ୍ଟୁରାଣ୍ଟ ଅଛି
ଲକ୍ଷପତି ଦିଦି ଯାତ୍ରା
ଜେରିଲାଲରୁଆତ୍ କିମ୍ଙ୍କ ପରିବର୍ତ୍ତନର ଯାତ୍ରା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ସେ 'ଦର୍ପାୱଙ୍ଗି' ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଥିଲେ । ଏହା ତାଙ୍କ ଜୀବନର ଏକ ମୁଖ୍ୟ ମୋଡ଼ ଥିଲା । ପ୍ରାରମ୍ଭରେ ନିଜର ରେଷ୍ଟୁରାଣ୍ଟ ଚଳାଇବାରେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସହାୟକ ନିଯୁକ୍ତି ଦେଇ ଏବଂ ୨୫,୦୦୦ ଟଙ୍କାର ପ୍ରାରମ୍ભିକ ସିଆଇଏଫ୍ (CIF) ଋଣ ନେଇ ସେ ସମସ୍ତ ବାଧାବିଘ୍ନକୁ ଦୂର କରିଥିଲେ ।
ରଣନୈତିକ ଆର୍ଥିକ ପରିଚାଳନା ମାଧ୍ୟମରେ, ଜେରିଲାଲରୁଆତ୍ ନିଜର ସଫଳତା ପଥ ପ୍ରଶସ୍ତ କରିଥିଲେ ଏବଂ ନିଜ ରେଷ୍ଟୁରାଣ୍ଟକୁ ସୁଆଦିଆ ଖାଦ୍ୟର କେନ୍ଦ୍ରରେ ପରିଣତ କରିଥିଲେ । କେବେ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ଥିବା ସେ, ଏବେ ନିଜ ଆର୍ଥିକ ଭାଗ୍ୟର ନିଜେ ଶିଳ୍ପୀ ହୋଇଛନ୍ତି । ମାସକୁ ୪୦,୦୦୦ ଟଙ୍କା ରୋଜଗାର ସହିତ ଜେରିଲାଲରୁଆତ୍ଙ୍କ କାହାଣୀ ସ୍ୱାଧୀನତା ଏବଂ ଉଦ୍ୟୋଗୀତା ବୃଦ୍ଧି କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀର (SHGs) ପ୍ରଭାବକୁ ଦର୍ଶାଉଛି ।