ଦୈବନାୟଗୀ
ରାଜ୍ୟ : ପୁଡୁଚେରୀ
ଜିଲ୍ଲା : ପଣ୍ଡିଚେରୀ
ବ୍ଲକ୍ : ଭିଲିୟାନୁର
ଗ୍ରାମ : ପିଲ୍ଲୟାରକୁପ୍ପମ
ସ୍ୱୟଂ ସହାୟକ ଗୋଷ୍ଠୀ : ଅମୁଧା ମାଲା ସ୍ୱୟଂ ସହାୟକ ଗୋଷ୍ଠୀ
ଜୀବିକା କାର୍ଯ୍ୟକଳାପ : ଦୁଗ୍ଧ ଚାଷ ଏବଂ ଗୃହପାଳିତ ପଶୁଙ୍କ କ୍ଷେତ୍ରରେ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ
ଲକ୍ଷପତି ଦିଦି ଯାତ୍ରା
ଶ୍ରୀମତୀ ଦୈବନାୟଗୀ ଜଣେ ମହତ୍ୱାକାଂକ୍ଷୀ ଏବଂ ପ୍ରଗତିଶୀଳ ମହିଳା ଚାଷୀ । ସେ ଜଣେ ଦୁଗ୍ଧ ଚାଷୀ ଥିଲେ ଏବଂ 'ଅମୁଧା ମାଲା' ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଥିଲେ । ସେ ୭୫,୦୦୦ ଟଙ୍କା ଋଣ ନେଇ ଦୁଇଟି ଗାଈ କିଣିଥିଲେ । NRLM ଯୋଜନା ଅଧୀନରେ ସେ ୧୨ ଦିନିଆ 'କୃତ୍ରିମ ପ୍ରଜନନ' ପ୍ରଶିକ୍ଷଣ ନେଇଥିଲେ, ଯାହା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା । ସେ ନିଜ ଗ୍ରାମରେ ଜଣେ ମାଷ୍ଟର ଟ୍ରେନର (ToT) ଭାବେ କାମ କରୁଛନ୍ତି । ଏବେ ସେ କୃତ୍ରିମ ପ୍ରଜନନ ମାଧ୍ୟମରେ ମାସକୁ ୮,୦୦० ଟଙ୍କା ଏବଂ ଦୁଗ୍ଧ ଚାଷରୁ ୨୦,୦୦୦ ଟଙ୍କା ରୋଜଗାର କରୁଛନ୍ତି । ଗତ ବର୍ଷ ସେ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଥିଲେ ।