ଗେନ୍ଦା ବାଇ
ରାଜ୍ୟ : ମଧ୍ୟ ପ୍ରଦେଶ
ଜିଲ୍ଲା : ବିଦିଶା
ବ୍ଲକ୍ : ଗ୍ୟାରସପୁର
ଗ୍ରାମ : ଅତାରୀଖେଡ଼ା
ସ୍ୱୟଂ ସହାୟକ ଗୋଷ୍ଠୀ : କେଶବ ସ୍ୱୟଂ ସହାୟକ ଗୋଷ୍ଠୀ
ଜୀବିକା କାର୍ଯ୍ୟକଳାପ : ଲୁଗା ଦୋକାନ
ଲକ୍ଷପତି ଦିଦି ଯାତ୍ରା :
ବିଦିଶା ଜିଲ୍ଲାର ଅତାରୀଖେଡ଼ା ଗ୍ରାମର ଗେନ୍ଦା ବାଇ, ନିଜ ସ୍ୱାମୀଙ୍କ ସହ ମିଶି ଏକ କ୍ଷୁଦ୍ର ପୋଷାକ ବ୍ୟବସାୟ ମାଧ୍ୟମରେ ସ୍ୱ-ନିଯୁକ୍ତିର ଯାତ୍ରା ଆରମ୍ଭ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦେବା ପୂର୍ବରୁ ସେ ଜଣେ ଗୃହିଣୀ ଥିଲେ ଏବଂ ତାଙ୍କ ସ୍ୱାମୀ ସାପ୍ତାହିକ ହାଟରେ ପୋଷାକ ବିକ୍ରି କରୁଥିଲେ । ସେମାନଙ୍କର ମାସିକ ଆୟ ମାତ୍ର ୫,୦୦୦ ଟଙ୍କା ଥିଲା, ଯାହା ପାଞ୍ଚ ଜଣିଆ ପରିବାର ପାଇଁ ଯଥେଷ୍ଟ ନଥିଲା । ଗେନ୍ଦା ବାଇ 'କେଶବ' ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଲେ ଏବଂ ବ୍ୟବସାୟ ବଢାଇବା ପାଇଁ ୨୨,୦୦० ଟଙ୍କାର ପ୍ରଥମ ଋଣ ନେଲେ । ୪୦,୦୦୦ ଟଙ୍କାର ଦ୍ୱିତୀୟ ଋଣ ସାହାଯ୍ୟରେ ସେମାନେ ମହିଳା, ପୁରୁଷ ଓ ପିଲାମାନଙ୍କ ପୋଷାକ ବ୍ୟବସାୟ ବଢାଇଲେ ଏବଂ ବଡ ସହରରୁ ପୋଷାକ ଆଣିବା ଆରମ୍ଭ କଲେ । ଆଜି ତାଙ୍କ ଦୋକାନରେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ ଅଛି ଏବଂ ମାସିକ ଆୟ ୧୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗେନ୍ଦା ବାଇ ଏବେ ନିୟମିତ ଭାବେ ଋଣ ପରିଶୋଧ କରୁଛନ୍ତି ଏବଂ ନିଜ ପିଲାକୁ ଭଲ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।