ରାଧା ସିସୋଦିଆ
ରାଜ୍ୟ : ମଧ୍ୟ ପ୍ରଦେଶ
ଜିଲ୍ଲା : ଉଜ୍ଜୟିନୀ
ସ୍ୱୟଂ ସହାୟକ ଗୋଷ୍ଠୀ : ଅମନ ସ୍ୱୟଂ ସହାୟକ ଗୋଷ୍ଠୀ
ଜୀବିକା କାର୍ଯ୍ୟକଳାପ : ଡ୍ରୋନ୍ ଦିଦି
ଲକ୍ଷପତି ଦିଦିଙ୍କ ଯାତ୍ରା :
ରାଧା ସିସୋଦିଆଙ୍କ ଜୀବିକା କାର୍ଯ୍ୟକଳାପ ମଧ୍ୟରେ ପ୍ରାକୃତିକ ଚାଷ ପାଇଁ ଜୈବ ସାର ଏବଂ ଜିଆ ଖତ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ଏବଂ ସେ ଜଣେ 'କୃଷି ସଖୀ' ଓ 'ମାଷ୍ଟର ଟ୍ରେନର୍' ଭାବରେ ଅନ୍ୟ ମହିଳାମାନଙ୍କୁ ପ୍ରାକୃତିକ ଚାଷ ଉପରେ ପ୍ରଶିକ୍ଷଣ ଦିଅନ୍ତି | ସେ RSETI ଏବଂ DST ରୁ ପ୍ରଶିକ୍ଷଣ ପାଇଥିଲେ, ଯାହା ପରେ ସେ ମଧ୍ୟପ୍ରଦେଶ ଏବଂ ତା’ ବାହାରେ ଶହ ଶହ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି | ସେ ଗୋବରରୁ ନିର୍ମିତ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରନ୍ତି ଏବଂ ବଜାରରେ ବିକ୍ରି କରନ୍ତି |
ଏବଂ ସର୍ବୋପରି, ସେ ଜଣେ 'ଡ୍ରୋନ୍ ଦିଦି', ଯିଏ 'ନମୋ ଡ୍ରୋନ୍ ଦିଦି' ଯୋଜନା ଅଧୀନରେ ଏକ ଡ୍ରୋନ୍ ପାଇଛନ୍ତି | ଆଜି ପର୍ଯ୍ୟନ୍ତ, ସେ ନିଜ ଡ୍ରୋନ୍ ସାହାଯ୍ୟରେ ୫୦ ଏକର ଜମିରେ ସ୍ପ୍ରେ କରିଛନ୍ତି ଏବଂ ଚାଷୀଙ୍କଠାରୁ ଏକର ପିଛା ୨୦୦ ଟଙ୍କା ନିଅନ୍ତି | ସେ ଏପର୍ଯ୍ୟନ୍ତ ନିଜ ଡ୍ରୋନରୁ ୨୦,০০০ ଟଙ୍କା ଆୟ କରିଛନ୍ତି, ସେଥିମଧ୍ୟରୁ ତାଙ୍କର ଲାଭ ୧୮,୦୦୦ ଟଙ୍କା |