ନମୋ ଡ୍ରୋନ୍ ଦିଦି
ଭାରତ ସରକାର 2023-24 ରୁ 2025-26 ପର୍ଯ୍ୟନ୍ତ 1261 କୋଟି ଟଙ୍କା ବ୍ୟୟବରାଦ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ 'ନମୋ ଡ୍ରୋନ ଦିଦି' କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ 15000 ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା। ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି (କ) ଉନ୍ନତ ଦକ୍ଷତା, ବୃଦ୍ଧିିତ ଫସଲ ଉତ୍ପାଦନ ଏବଂ ହ୍ରାସିତ ପରିଚାଳନା ଖର୍ଚ୍ଚ ପାଇଁ କୃଷିରେ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା (ଖ) ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଅଧୀନରେ ପ୍ରୋତ୍ସାହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ସେମାନଙ୍କର କ୍ଲଷ୍ଟର ସ୍ତରୀୟ ଫେଡେରେସନ (CLF)କୁ ଡ୍ରୋନ ସେବା ପ୍ରଦାନକାରୀ ଭାବରେ ସଶକ୍ତ କରିବା, କାରଣ ସେମାନେ ସାମୂହିକ ହସ୍ତକ୍ଷେପ ପାଇଁ ଏକ ପ୍ରଭାବଶାଳୀ ତୃଣମୂଳ ସ୍ତରୀୟ ପ୍ରତିଷ୍ଠାନ ଭାବରେ ଉଭା ହୋଇଛନ୍ତି (ଗ) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର CLF ଗୁଡ଼ିକୁ DAY - NRLM ଅଧୀନରେ ପ୍ରୋତ୍ସାହିତ କରି ସେମାନଙ୍କର ଆୟ ବୃଦ୍ଧି କରିବା ପାଇଁ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବା (ଘ) ଗ୍ରାମୀଣ ନିଯୁକ୍ତି ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ପାଇଁ ସୁଯୋଗ ବୃଦ୍ଧି କରିବା ଏବଂ (ଙ) ନାନୋ-ସାର ବ୍ୟବହାରକୁ ଉତ୍ସାହିତ କରିବା ଏବଂ କୀଟନାଶକ ଏବଂ ସାର ବ୍ୟବହାରକୁ ଉନ୍ନତ କରିବା।
ମାର୍ଗଦର୍ଶିକା ପୁସ୍ତକ