ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ |
ସହଯୋଗୀ ଅନୁଷ୍ଠାନକୁ ଫେରିଯାଆନ୍ତୁ

ଶ୍ରେଣୀ : ଫାର୍ମ / କ୍ଷେତ

ସହଭାଗୀ: 4 ସେପ୍ଟେମ୍ବର 2023 ରୁ 

ଭାଗିଦାରୀର ପରିସର: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଇଣ୍ଟେଲିକ୍ୟାପ୍ ଆଡଭାଇଜରୀ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ (Intellecap Advisory Services Pvt. Ltd) ରାଜ୍ୟଗୁଡ଼ିକରେ ଅନୁନ୍ନତ ବର୍ଗମାନଙ୍କୁ ଲାଭ ପହଞ୍ଚାଇ ପାରୁଥିବା ବ୍ୟବସାୟ ଗଠନ କରିବା ପାଇଁ ଏକ ବୈଷୟିକ ସହାୟତା ଏଜେନ୍ସି (Technical Support Agency) ଭାବରେ କାର୍ଯ୍ୟ କରିବାକୁ ହାତ ମିଳାଇଛନ୍ତି। ସହଯୋଗର ମୁଖ୍ୟ କ୍ଷେତ୍ରରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହେବ:

  • ଦକ୍ଷତା ଏବଂ ଜ୍ଞାନ ନିର୍ମାଣ: ଉତ୍ପାଦନ ଇକୋସିଷ୍ଟମ୍ (production ecosystems) ଏବଂ ବଜାର ପରିବେଶକୁ (market landscape) ବୁଝିବା ପାଇଁ ଡାଟା ସମର୍ଥିତ ବିଶ୍ଳେଷଣ, କାର୍ଯ୍ୟକ୍ରମ ଡିଜାଇନ୍ କରିବା, ପ୍ରାସଙ୍ଗିକ ଭାଗିଦାରୀ (relevant partnerships) ଏବଂ ମୂଲ୍ୟ-ଯୋଗ ସାମର୍ଥ୍ୟ (value-addition capabilities) ନିର୍ମାଣ କରିବା। 
  • ପୁଞ୍ଜି ପ୍ରବେଶକୁ ସୁଗମ କରିବା: ଉଦ୍ୟୋଗଗୁଡ଼ିକ ପାଇଁ ଋଣ (debt), ଇକ୍ୱିଟି (equity) ଏବଂ ଅନୁଦାନ (grants) ଭଳି ଉପଯୁକ୍ତ ପୁଞ୍ଜି ଉପକରଣ, ସାର୍ବଜନୀନ ଏବଂ ଘରୋଇ ପାଣ୍ଠି ଯୋଗାଣକୁ ସୁଗମ କରିବାକୁ ଆର୍ଥିକ ଗଠନ (financial structures) ବିକଶିତ କରିବା; କୃଷି ଏବଂ ଅଣ-କୃଷି କ୍ଷେତ୍ର ପାଇଁ ଋଣ ପ୍ରବେଶକୁ (access to credit) ପ୍ରୋତ୍ସାହିତ କରିବାକୁ ଭାଗିଦାରୀ ସୃଷ୍ଟି କରିବା।
  • ବୃଦ୍ଧି ଏବଂ ସ୍ଥିରତା (Scaling up and Stabilization): ଫାର୍ମ (Farm) ଏବଂ ନନ୍-ଫାର୍ମ (Non-Farm) ଉଦ୍ୟୋଗଗୁଡ଼ିକୁ ସାମୂହିକରଣ (collectivization), ଅର୍ଥ ଯୋଗାଣରେ ଉନ୍ନତ ପ୍ରବେଶ, ମୂଲ୍ୟ ଯୋଗ ପାଇଁ ଉନ୍ନତ ବଜାର ସଂଯୋଗ, ଉତ୍ପାଦନଶୀଳ, ସ୍ଥାୟୀ ଏବଂ ସ୍ଥିତିସ୍ଥାପକ (productive, sustainable and resilient) ମୂଲ୍ୟ ଶୃଙ୍ଖଳା ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ପ୍ରୋତ୍ସାହନ ଏବଂ ଗ୍ରହଣ କ୍ଷେତ୍ରରେ ସହାୟତା କରିବା।

ଭାଗିଦାର ୱେବସାଇଟ୍: https://www.intellecap.com/

frame