ଜେ-ପିଏଏଲ୍
ଶ୍ରେଣୀ : ଆଇବି-ସିବି
ଭାଗିଦାରୀର ପରିସର: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଜେ-ପିଏଏଲ୍ (J-PAL) 'ଗ୍ରାଜୁଏସନ୍ ଆପ୍ରୋଚ୍କୁ' (graduation approach) ବୃଦ୍ଧି କରିବା ଏବଂ 'ଲିଙ୍ଗ ପ୍ରଭାବ ଲ୍ୟାବ୍'ରେ (gender impact lab) କାର୍ଯ୍ୟ କରିବା ପାଇଁ ମାର୍ଚ୍ଚ 15, 2024 ରେ ଏକତ୍ରିତ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜେ-ପିଏଏଲ୍ ହେଉଛି ଏକ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ଯାହାକି ନୀତି ବୈଜ୍ଞାନିକ ପ୍ରମାଣ ଦ୍ୱାରା ଅବଗତ ହେଉଛି ବୋଲି ନିଶ୍ଚିତ କରି ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରୁଛି।
1) ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ (MoRD) ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଡିଜାଇନ୍ ହୋଇଥିବା ଏକ ବ୍ୟାପକ ଜୀବିକା କାର୍ଯ୍ୟକ୍ରମ 'ସମବେଶୀ ଆଜୀବିକା' (Samaveshi Aajeevika) ପାଇଁ ଜେ-ପିଏଏଲ୍କୁ (J-PAL) ଏକ ଜ୍ଞାନ ଭାଗିଦାର (knowledge partner) ଭାବରେ ସାମିଲ୍ କରିଛି।
2) ବିସ୍ତୃତ ପ୍ରମାଣ (detailed evidence) ବାଣ୍ଟିବା ଦିଗରେ କାର୍ଯ୍ୟ କରୁଥିବା ଏକ ଇକୋସିଷ୍ଟମ୍ (ecosystem) ସୃଷ୍ଟି କରିବା ପାଇଁ।
3) ବିଭିନ୍ନ ରାଜ୍ୟରେ 'ଗ୍ରାଜୁଏସନ୍ ଆପ୍ରୋଚ୍କୁ' (Graduation Approach) ସଫଳତାର ସହ ଗ୍ରହଣ (adoption) କରିବା ପାଇଁ ଜ୍ଞାନଗତ ବ୍ୟବଧାନକୁ (knowledge gaps) ପୂରଣ କରିବା ଏବଂ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ।
4) ନୂତନ ଗବେଷଣା କରିବା ଏବଂ ତଥ୍ୟକୁ ସଂସ୍ଥାଗତ କରିବା (institutionalize data) ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ (MoRD) ସହିତ ମିଶି ଏକ 'ଲିଙ୍ଗ ପ୍ରଭାବ ଲ୍ୟାବ୍' (Gender Impact Lab) ସ୍ଥାପନ କରିବା ପାଇଁ ସହଯୋଗ କରିବା।